ଭଲ ଖବର
13-6-2024 ସଚ୍ଚୋଟତା ଭୁଲରେ ଆକାଉଣ୍ଟକୁ ଆସିଥିବା ୭୦ ହଜାର ଫେରାଇଲେ https://www.facebook.com/ viswasambadkendraodisha/posts/ pfbid0N2vUBf9BfBreqeBf3zMUmhKL NYUzM4AmH41PhXJkfsYHygfZ4F1DdP dedXpZXw68l ଫଳ ବିକାଳି ନାମରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧ ୮୮ ବର୍ଷୀୟ ଜଣେ ବୃଦ୍ଧ ନିଜର ସମସ୍ତ ସମ୍ପତ୍ତି ଫଳ ବିକାଳି ନାଁରେ କରିଛନ୍ତି । ବୃଦ୍ଧଙ୍କ ଫ୍ଲାଟ୍ର ମୂଲ୍ୟ ୩.୮୪ କୋଟି ଟଙ୍କାରୁ ଅଧିକ । ଏହି ନିଷ୍ପତ୍ତି ପାଇଁ ତାଙ୍କ ପରିବାରକୁ ଶକ୍ତ ଧକ୍କା ଲାଗିଲା । କିନ୍ତୁ ଏହା ପଛର କାରଣ ଜଣାପଡ଼ିବା ପରେ ଲୋକେ ବୃଦ୍ଧଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି କହୁଛନ୍ତି । ଘଟଣାଟି ଚୀନ୍ର ଶଂଘାଇର । ଏଠାରେ ମା ନାମକ ଜଣେ ବ୍ୟକ୍ତି ୩ ବର୍ଷ ତଳେ ନିଜର ସମସ୍ତ ସମ୍ପତ୍ତିକୁ ଜଣେ ଫଳ ବିକାଳି ନାଁରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଲିୟୁ ନାମକ ଫଳ ବିକାଳି ତାଙ୍କର ରକ୍ତ ସମ୍ପର୍କୀୟ ନୁହଁନ୍ତି । କିନ୍ତୁ ବୃଦ୍ଧ ମାଙ୍କ ଜୀବନର ଶେଷ କିଛି ବର୍ଷ ଲିୟୁ ତାଙ୍କର ଖୁବ୍ ସେବା କରିଥିଲେ । କିଛି ବର୍ଷ ତଳେ ଲିୟୁ ନିଜ ପତ୍ନୀ ଓ ୩ ସନ୍ତାନଙ୍କ ସହ ମାଙ୍କ ଘରକୁ ରହିବାକୁ ଆସିଥିଲେ । ମା’ଙ୍କ ଶେଷ ସମୟରେ ଲିୟୁଙ୍କ ପରିବାର ତାଙ୍କର ଖୁବ୍ ସେବା ଯତ୍ନ କଲା । ୨୦୨୧ ମସିହା, ଡିସେମ୍ବର ୩୧ ତାରିଖରେ ମାଙ୍କର ଦେହାନ୍ତ ହେଲା । ତା’ପରେ ମାଙ୍କର ୩ ଭଉଣୀ ତାଙ୍କ ସମ୍ପତ୍ତିରେ ଅଧିକାର ଦାବି କରି ତାଙ୍କ ବ୍ୟ...