Posts

ବିରଳ ଘଟଣା

  ବିରଳ ଘଟଣା- ମନ୍ଦିରରେ ମୂର୍ତ୍ତି ଉପରେ ସିଧାସଳକ ପଡୁଛି ସୂର୍ଯ୍ୟାଲୋକ https://www.facebook.com/ viswasambadkendraodisha/posts/ pfbid026bbSRW2HxKN4fffqHrtrojA cF2fL73BMhYqihkjUhc4HqrmYCYBWn 4648ddxkug5l

ପତ୍ନତତ୍ବ ବିଭାଗ Archaelogical Dept

  ପତ୍ନତତ୍ବ ବିଭାଗ   Archaelogical Dept ବାରବାଟୀ ଦୁର୍ଗରୁ ୩ଟି ମନ୍ଦିରର ଭଗ୍ନାବଶେଷ ଉଦ୍ଧାର The ruins of 3 temples were recovered from Barabati fort https://news.vskodisha.com/ odia-news-1442/

ବୈଜ୍ଞାନିକ ଅନୁସନ୍ଦାନ Scientific research

6-4-24 ବୈଜ୍ଞାନିକ ଅନୁସନ୍ଧାନ   Scientific research ଭୂପୃଷ୍ଠର ୭୦୦ କିମି ତଳେ ଅଛି ବିଶାଳ ସମୁଦ ବୈଜ୍ଞାନିକଙ୍କ ଦାବି Scientists claim that the vast ocean lies 700 km below the surface of Earth  https://news.vskodisha.com/ odia-news-1437  5-4-2024 ବୈଜ୍ଞାନିକ ଅନୁସନ୍ଦାନ  Scientific research ବ୍ରହ୍ମାଣ୍ଡର ଗୂଢ ରହସ୍ୟକୁ ଭେଦ କରିବ ବିଶାଳତମ କ୍ୟାମେରା The biggest camera to unravel the darkest secrets of the universe https://www.facebook.com/ photo/?fbid=846436394164434& set=a.468788888595855

ଭଲ ଖବର

13-6-2024 ସଚ୍ଚୋଟତା ଭୁଲରେ ଆକାଉଣ୍ଟକୁ ଆସିଥିବା ୭୦ ହଜାର ଫେରାଇଲେ https://www.facebook.com/ viswasambadkendraodisha/posts/ pfbid0N2vUBf9BfBreqeBf3zMUmhKL NYUzM4AmH41PhXJkfsYHygfZ4F1DdP dedXpZXw68l  ଫଳ ବିକାଳି ନାମରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧ  ୮୮ ବର୍ଷୀୟ ଜଣେ ବୃଦ୍ଧ ନିଜର ସମସ୍ତ ସମ୍ପତ୍ତି ଫଳ ବିକାଳି ନାଁରେ କରିଛନ୍ତି । ବୃଦ୍ଧଙ୍କ ଫ୍ଲାଟ୍‌ର ମୂଲ୍ୟ ୩.୮୪ କୋଟି ଟଙ୍କାରୁ ଅଧିକ । ଏହି ନିଷ୍ପତ୍ତି ପାଇଁ ତାଙ୍କ ପରିବାରକୁ ଶକ୍ତ ଧକ୍କା ଲାଗିଲା । କିନ୍ତୁ ଏହା ପଛର କାରଣ ଜଣାପଡ଼ିବା ପରେ ଲୋକେ ବୃଦ୍ଧଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି କହୁଛନ୍ତି । ଘଟଣାଟି ଚୀନ୍‌ର ଶଂଘାଇର । ଏଠାରେ ମା ନାମକ ଜଣେ ବ୍ୟକ୍ତି ୩ ବର୍ଷ ତଳେ ନିଜର ସମସ୍ତ ସମ୍ପତ୍ତିକୁ ଜଣେ ଫଳ ବିକାଳି ନାଁରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଲିୟୁ ନାମକ ଫଳ ବିକାଳି ତାଙ୍କର ରକ୍ତ ସମ୍ପର୍କୀୟ ନୁହଁନ୍ତି । କିନ୍ତୁ ବୃଦ୍ଧ ମାଙ୍କ ଜୀବନର ଶେଷ କିଛି ବର୍ଷ ଲିୟୁ ତାଙ୍କର ଖୁବ୍ ସେବା କରିଥିଲେ । କିଛି ବର୍ଷ ତଳେ ଲିୟୁ ନିଜ ପତ୍ନୀ ଓ ୩ ସନ୍ତାନଙ୍କ ସହ ମାଙ୍କ ଘରକୁ ରହିବାକୁ ଆସିଥିଲେ । ମା’ଙ୍କ ଶେଷ ସମୟରେ ଲିୟୁଙ୍କ ପରିବାର ତାଙ୍କର ଖୁବ୍ ସେବା ଯତ୍ନ କଲା । ୨୦୨୧ ମସିହା, ଡିସେମ୍ବର ୩୧ ତାରିଖରେ ମାଙ୍କର ଦେହାନ୍ତ ହେଲା । ତା’ପରେ ମାଙ୍କର ୩ ଭଉଣୀ ତାଙ୍କ ସମ୍ପତ୍ତିରେ ଅଧିକାର ଦାବି କରି ତାଙ୍କ ବ୍ୟ...

ଭାରତୀୟ ଲୁଗା

 ଭାରତୀୟ ସିଲ୍‌କ ସାରା ବିଶ୍ୱରେ ଖୁବ୍ ଲୋକପ୍ରିୟ  ସିଲ୍‌କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍ । ତେଣୁ ଏହାକୁ ‘କ୍ୱିନ୍ ଅଫ୍ ଫାବ୍ରିକ୍ସ’ ବା ‘ଫାବ୍ରିକ୍‌ର ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଯେ ଏହାକୁ ପସନ୍ଦ ନ କରିବେ ଏହା କେବେ ବି ସମ୍ଭବ ନୁହେଁ ଭାରତୀୟ ସିଲ୍‌କର ଗୌରବମୟ ଇତିହାସ: ଭାରତୀୟ ସିଲ୍‌କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ଦର୍ଶାଇଥାଏ । ଭାରତୀୟ ସିଲ୍‌କର ବୁଣା ଷ୍ଟାଇଲ୍‌, ପାର୍ଟନ୍‌, ରଙ୍ଗ ଓ ଡିଜାଇନ୍ ଜଳବାୟୁ ଓ ସାଂସ୍କୃତିକ ପ୍ରଭାବ ଉପରେ ନିର୍ଭର କରିଥାଏ । ଭାରତୀୟ ସିଲ୍‌କ ସାରା ବିଶ୍ୱରେ ଖୁବ୍ ଲୋକପ୍ରିୟ । ସିଲ୍‌କ ପୋଷାକର ଫାଇଦା -ଏହା ସୌମ୍ୟ ଏବଂ କୋମଳ ଫାବ୍ରିକ୍ ହୋଇଥିବାରୁ ଦୀର୍ଘ ଦିନ ଯାଏ ବ୍ୟବହାର କରି ହୁଏ । - ଏହାଗରମରେ ମଧ୍ୟ ଆପଣଙ୍କ ଶରୀରକୁ ଥଣ୍ଡା ରଖିଥାଏ । -ସିଲ୍‌କକୁ ଆପଣ ଯେକୌଣସି ପରିବେଶରେ ପିନ୍ଧିପାରିବେ । -କମ୍ ଘନତ୍ୱ କାରଣରୁ ସିଲ୍‌କ ପିନ୍ଧିବାକୁ ହାଲ୍‌କା ଲାଗିବା ସହ ଆରାମଦାୟକ ହୋଇଥାଏ । – ସିଲ୍‌କର ଆଣ୍ଟିସେପ୍ଟିକ ଗୁଣ ଯୋଗୁ ଏହା ତ୍ୱଚା ପାଇଁ ସୁରକ୍ଷିତ । -କୋମଳ ଓ ନମନୀୟ ସହିତ ବସ୍ତ୍ର ବିନ୍ୟାସ ଖୁବ୍ ସୁନ୍ଦର ହୋଇଥାଏ । କେମିତି ସାଇତିବେ? – ସିଲ୍‌କ ଶାଢିକୁ ସଫା ଓ ଶୁଖିଲା ସ୍ଥାନରେ ସୂତା କପଡାରେ ଢାଙ୍କି ରଖିବା ଉଚିତ୍ । – ସିଲ୍‌କକୁ ପୋକ, ଧୂଳି, ଅଧିକ ଆର୍ଦ୍ରତା ଓ ଆଲୋକଠାରୁ ଦୂରରେ ରଖିବା ଉଚିତ୍ । ...

ଗାଁ

 ଜଣେ ହେଲେ ବି ରେଳ କର୍ମଚାରୀ ନଥିବା ରେଳ ଷ୍ଟେସନ ଭାରତର ମେରୁଦଣ୍ଡ ହେଉଛି ରେଳବାଇ । କମ୍‌ଖର୍ଚ୍ଚରେ ଯାତାୟତ ପାଇଁ ଏହା ବେଶ୍ ସହଜ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଥିରେ ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି । ତେବେ ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ୍ ମଧ୍ୟ ରହିଛି । ଯାହା ନିଜର ଖାସିୟତ୍ ପାଇଁ ଜଣାଶୁଣା । ଭାରତର ଏକମାତ୍ର ରେଳ ଷ୍ଟେସନ୍ ରହିଛି, ଯାହା କେବଳ ଗାଁ ଲୋକଙ୍କ ଦ୍ୱାରା ପରିଚାଳିତ । ସେମାନେ ଏହାର ଯତ୍ନ ବି ନିଅନ୍ତି । ଖାସ୍ କଥା ହେଉଛି ଏଠାରେ ଜଣେ ହେଲେ ବି ରେଳ କର୍ମଚାରୀ ନାହାଁନ୍ତି । ଏହା ଦେଶର ପ୍ରଥମ ରେଳ ଷ୍ଟେସନ୍‌, ଯେଉଁଠି ନାହାନ୍ତି ଜଣେ ବି ରେଳ ଅଧିକାରୀ । ଏହି ଅନନ୍ୟ ରେଳ ଷ୍ଟେସନଟି ରାଜସ୍ଥାନର ନାଗୌରରେ ରହିଛି । ଏହାର ନାଁ ହେଉଛି ଜାଲସୁ ନାନକ । ଏଠାରେ କୌଣସି ରେଳବାଇ ଅଧିକାରୀ ନଥିଲେ ମଧ୍ୟ ଏହି ଷ୍ଟେସନ୍‌ରେ ରହିଥାଏ ୧୦ରୁ ଅଧିକ ଟ୍ରେନ୍ । ଖାସ୍ କଥା ହେଉଛି ଏଠାରେ ଟିକେଟ୍ କାଟନ୍ତି ଗାଁ ଲୋକେ । ଏମିତିକି ଷ୍ଟେସନ୍‌ର ସମସ୍ତ ଦେଖାଶୁଣା ମଧ୍ୟ କରିଥାନ୍ତି ଗ୍ରାମବାସୀ । ପ୍ରତିମାସରେ ଗ୍ରାମବାସୀ କିଣିଥାନ୍ତି ପ୍ରାୟ ୧୫ଶହ ଟିକେଟ । ବାସ୍ତବରେ ଜାଲସୁ ନାନକ ଗାଁରେ ପ୍ରତି ଘରୁ ଜଣେ ବ୍ୟକ୍ତି ସେନାରେ ଅଛନ୍ତି । ଏମାନଙ୍କ ସୁବିଧା ପାଇଁ ସରକାର ୪୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୬ ମସିହାରେ ଏହି ଗାଁକୁ ଏକ ଷ୍ଟେସନ ଉପହାର ଭାବେ ଦେଇଥିଲେ । ବର୍ତ୍ତମାନ ଗାଁର ୧୬୦ରୁ ଅଧିକ ...