ଗାଁ

 ଜଣେ ହେଲେ ବି ରେଳ କର୍ମଚାରୀ ନଥିବା ରେଳ ଷ୍ଟେସନ ଭାରତର ମେରୁଦଣ୍ଡ ହେଉଛି ରେଳବାଇ । କମ୍‌ଖର୍ଚ୍ଚରେ ଯାତାୟତ ପାଇଁ ଏହା ବେଶ୍ ସହଜ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଥିରେ ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି । ତେବେ ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ୍ ମଧ୍ୟ ରହିଛି । ଯାହା ନିଜର ଖାସିୟତ୍ ପାଇଁ ଜଣାଶୁଣା । ଭାରତର ଏକମାତ୍ର ରେଳ ଷ୍ଟେସନ୍ ରହିଛି, ଯାହା କେବଳ ଗାଁ ଲୋକଙ୍କ ଦ୍ୱାରା ପରିଚାଳିତ । ସେମାନେ ଏହାର ଯତ୍ନ ବି ନିଅନ୍ତି । ଖାସ୍ କଥା ହେଉଛି ଏଠାରେ ଜଣେ ହେଲେ ବି ରେଳ କର୍ମଚାରୀ ନାହାଁନ୍ତି । ଏହା ଦେଶର ପ୍ରଥମ ରେଳ ଷ୍ଟେସନ୍‌, ଯେଉଁଠି ନାହାନ୍ତି ଜଣେ ବି ରେଳ ଅଧିକାରୀ । ଏହି ଅନନ୍ୟ ରେଳ ଷ୍ଟେସନଟି ରାଜସ୍ଥାନର ନାଗୌରରେ ରହିଛି । ଏହାର ନାଁ ହେଉଛି ଜାଲସୁ ନାନକ । ଏଠାରେ କୌଣସି ରେଳବାଇ ଅଧିକାରୀ ନଥିଲେ ମଧ୍ୟ ଏହି ଷ୍ଟେସନ୍‌ରେ ରହିଥାଏ ୧୦ରୁ ଅଧିକ ଟ୍ରେନ୍ । ଖାସ୍ କଥା ହେଉଛି ଏଠାରେ ଟିକେଟ୍ କାଟନ୍ତି ଗାଁ ଲୋକେ । ଏମିତିକି ଷ୍ଟେସନ୍‌ର ସମସ୍ତ ଦେଖାଶୁଣା ମଧ୍ୟ କରିଥାନ୍ତି ଗ୍ରାମବାସୀ । ପ୍ରତିମାସରେ ଗ୍ରାମବାସୀ କିଣିଥାନ୍ତି ପ୍ରାୟ ୧୫ଶହ ଟିକେଟ । ବାସ୍ତବରେ ଜାଲସୁ ନାନକ ଗାଁରେ ପ୍ରତି ଘରୁ ଜଣେ ବ୍ୟକ୍ତି ସେନାରେ ଅଛନ୍ତି । ଏମାନଙ୍କ ସୁବିଧା ପାଇଁ ସରକାର ୪୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୬ ମସିହାରେ ଏହି ଗାଁକୁ ଏକ ଷ୍ଟେସନ ଉପହାର ଭାବେ ଦେଇଥିଲେ । ବର୍ତ୍ତମାନ ଗାଁର ୧୬୦ରୁ ଅଧିକ ଲୋକ ସେନା, ବିଏସ୍‌ଏଫ୍‌, ନୌସେନା, ବାୟୁସେନା ଏବଂ ସିଆରଏଫରେ ଅଛନ୍ତି । ଏହାବ୍ୟତୀତ ଗାଁରେ ୨୦୦ରୁ ଅଧିକ ଅବସରପ୍ରାପ୍ତ ସୈନିକ ରହିଛନ୍ତି । ଗାଁର ଜଣେ ବ୍ୟକ୍ତିଙ୍କ କହିବା କଥା ହେଉଛି ୨୦୦୫ ମସିହାରେ ସରକାର ଏହି ଷ୍ଟେସନ୍‌କୁ ବନ୍ଦ କରି ଦେଇଥିଲେ । କିନ୍ତୁ ଏହାକୁ ବିରୋଧ କରି ଧାରଣା ଦେଇଥିଲେ ଗ୍ରାମବାସୀ । ମାତ୍ର ୧୧ ଦିନରେ ପୁଣି ଆରମ୍ଭ ହୋଇଥିଲା ରେଳ ଚଳାଚଳ । କିନ୍ତୁ ରେଳବାଇ ଗ୍ରାମବାସୀଙ୍କ ସହିତ ଏକ ସର୍ତ୍ତ ରଖିଥିଲା । ସର୍ତ୍ତ ଅନୁଯାୟୀ, ଗ୍ରାମବାସୀଙ୍କୁ ପ୍ରତିଦିନ ୫୦ଟି ଏବଂ ମାସକୁ ୧୫୦୦ ଟିକେଟ୍ ବିକ୍ରି କରିବାକୁ ପଡିବ । ତେବେ ୱିଣ୍ଡୋ ଅପରେଟରଙ୍କ କହିବା ଅନୁଯାୟୀ ଷ୍ଟେସନ୍ କାମ ପାଇଁ ଗ୍ରାମବାସୀ ୧ ଲକ୍ଷ ୫୦ ହଜାର ଟଙ୍କା ଚାନ୍ଦା ଆଦାୟ କରି ରଖିଛନ୍ତି । ଏହି ଟଙ୍କାକୁ ଗ୍ରାମବାସୀ ସୁଧରେ ଲଗାଇଛନ୍ତି ଏବଂ ପ୍ରତିମାସରେ ଏଥିରୁ ୩ ହଜାର ଟଙ୍କା ସୁଧ ଆଦାୟ କରିଥାନ୍ତି । ଏଥିସହିତ ୧୫ଶହ ଟିକେଟ୍ ବିକ୍ରିରୁ ୧୫ ପ୍ରତିଶତ କମିଶନ ପାଇଥାନ୍ତି ଗ୍ରାମବାସୀ । ତେବେ ୧୯୭୬ରେ ନିର୍ମିତି ଏହି ଷ୍ଟେସନ୍‌ରେ କୌଣସି ସୁବିଧା ନଥିଲା । କିନ୍ତୁ ୨୦୦୧ ପରେ ଏଥିରେ ପରିବର୍ତ୍ତନ ହୋଇଥିଲା ।\"


Comments

Popular posts from this blog

ଆଜିର ବିଚାର