ଭାରତୀୟ ଲୁଗା
ଭାରତୀୟ ସିଲ୍କ ସାରା ବିଶ୍ୱରେ ଖୁବ୍ ଲୋକପ୍ରିୟ ସିଲ୍କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍ । ତେଣୁ ଏହାକୁ ‘କ୍ୱିନ୍ ଅଫ୍ ଫାବ୍ରିକ୍ସ’ ବା ‘ଫାବ୍ରିକ୍ର ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଯେ ଏହାକୁ ପସନ୍ଦ ନ କରିବେ ଏହା କେବେ ବି ସମ୍ଭବ ନୁହେଁ ଭାରତୀୟ ସିଲ୍କର ଗୌରବମୟ ଇତିହାସ: ଭାରତୀୟ ସିଲ୍କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ଦର୍ଶାଇଥାଏ । ଭାରତୀୟ ସିଲ୍କର ବୁଣା ଷ୍ଟାଇଲ୍, ପାର୍ଟନ୍, ରଙ୍ଗ ଓ ଡିଜାଇନ୍ ଜଳବାୟୁ ଓ ସାଂସ୍କୃତିକ ପ୍ରଭାବ ଉପରେ ନିର୍ଭର କରିଥାଏ । ଭାରତୀୟ ସିଲ୍କ ସାରା ବିଶ୍ୱରେ ଖୁବ୍ ଲୋକପ୍ରିୟ । ସିଲ୍କ ପୋଷାକର ଫାଇଦା -ଏହା ସୌମ୍ୟ ଏବଂ କୋମଳ ଫାବ୍ରିକ୍ ହୋଇଥିବାରୁ ଦୀର୍ଘ ଦିନ ଯାଏ ବ୍ୟବହାର କରି ହୁଏ । - ଏହାଗରମରେ ମଧ୍ୟ ଆପଣଙ୍କ ଶରୀରକୁ ଥଣ୍ଡା ରଖିଥାଏ । -ସିଲ୍କକୁ ଆପଣ ଯେକୌଣସି ପରିବେଶରେ ପିନ୍ଧିପାରିବେ । -କମ୍ ଘନତ୍ୱ କାରଣରୁ ସିଲ୍କ ପିନ୍ଧିବାକୁ ହାଲ୍କା ଲାଗିବା ସହ ଆରାମଦାୟକ ହୋଇଥାଏ । – ସିଲ୍କର ଆଣ୍ଟିସେପ୍ଟିକ ଗୁଣ ଯୋଗୁ ଏହା ତ୍ୱଚା ପାଇଁ ସୁରକ୍ଷିତ । -କୋମଳ ଓ ନମନୀୟ ସହିତ ବସ୍ତ୍ର ବିନ୍ୟାସ ଖୁବ୍ ସୁନ୍ଦର ହୋଇଥାଏ । କେମିତି ସାଇତିବେ? – ସିଲ୍କ ଶାଢିକୁ ସଫା ଓ ଶୁଖିଲା ସ୍ଥାନରେ ସୂତା କପଡାରେ ଢାଙ୍କି ରଖିବା ଉଚିତ୍ । – ସିଲ୍କକୁ ପୋକ, ଧୂଳି, ଅଧିକ ଆର୍ଦ୍ରତା ଓ ଆଲୋକଠାରୁ ଦୂରରେ ରଖିବା ଉଚିତ୍ । ...